ସାନ୍ତାଳୀ ଏକ ମୁଖ୍ୟସ୍ରୋତୀୟ ଭାଷା ହେଉ

 ସାନ୍ତାଳୀ ଭାଷା ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବା ପାଇଁ ସମ୍ବିଧାନର ୯୨ତମ ସଂଶୋଧନ ବିଲ୍ ୨୨  ଡିସେମ୍ବର ୨୦୦୩ ରିଖ ଲୋକସଭାରେ ପ୍ରଥମେ ଗୃହୀତ ହୋଇଥିଲା  ଏହାକୁ ସ୍ମରଣୀୟ କରିବା ପାଇଁ ଭାରତ ବର୍ଷର ସମସ୍ତ ସାନ୍ତାଳ ସମାଜ ଡିସେମ୍ବର ୨୨ ତାରିଖକୁ ପ୍ରତି ବର୍ଷ ସାନ୍ତାଳୀ ଭାଷା ଦିବସ ଅଥବା ଭାଷା ବିଜୟ ଦିବସ ରୂପେ ପାଳନ କରିଥାନ୍ତି   ଔପଚାରିକତା ସ୍ବରୂପ  ୨୩ ଡିସେମ୍ବର ୨୦୨୩ ରିଖ ରାଜ୍ୟସଭାରେ ଏହି ବିଲ୍ ସର୍ବ ସମ୍ମତି କ୍ରମେ ଗୃହୀତ ହୁଏ ଏବଂ ୨୦୦୪ ମସିହା ଜାନୁଆରୀ ତାରିଖ ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆନୁଷ୍ଠାନିକ ଭାବରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୁଏ  


ଏହା ଭିତରେ ସାନ୍ତାଳୀ ଭାଷା ସମ୍ବିଧାନର  ଅଷ୍ଟମ ଅନୁସୂଚୀରେ ସାମିଲ୍ ହେବାର ୨୦ ବର୍ଷ ବିତିଯାଇଛି  କିନ୍ତୁ  ଓଡିଶାରେ ଏହି ୨୦ ବର୍ଷ ଭିତରେ ସାନ୍ତାଳୀ ଭାଷାର ଉନ୍ନତି ଏତେ ସନ୍ତୋଷଜନକ ମନେ ହୁଏ ନାହିଁ ୨୦/୦୯/୨୦୧୮  ରିଖ ଓଡିଶାର ବିଧାନସଭାରେ ବିଧାୟକ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ତତ୍କାଳୀନ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ  ପାତ୍ରଙ୍କୁ ଅଣତାରକ ପ୍ରଶ୍ନ ୭୭୬ ମାଧ୍ୟମରେ ଓଡିଶାର ସ୍କୁଲ ଗୁଡିକରେ ମାଧ୍ୟମିକ ଶ୍ରେଣୀ ମାନଙ୍କରେ  ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ସାମିଲ କରିବାରେ ସରକାରଙ୍କର ପଦକ୍ଷେପ ବିଷୟରେ ଜାଣିବା ପାଇଁ ଚାହିଁ ଥିଲେ ସେହିଭଳି ୧୫/୦୩/୨୦୨୩  ରିଖ ମାନ୍ୟବର ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ଅଣତାରକା ପ୍ରଶ୍ନ ୧୭୬୦ ମାଧ୍ୟମରେ ସେହି ସମାନ ପ୍ରଶ୍ନ ମାନ୍ୟବର ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାଶଙ୍କୁ ପଚାରିଥିଲେ ଉଭୟ ମନ୍ତ୍ରୀ ଅତି ସହଜ ସରଳ ଭାବରେ ଉତ୍ତରେ ଦେଇଥିଲେ ମାଧ୍ୟମିକ ଶ୍ରେଣୀ ମାନଙ୍କରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ସାମିଲ କରିବାର  ସରକାରଙ୍କର କୌଣସି  ପ୍ରସ୍ତାବ ନାହିଁ  ଉଭୟ ପ୍ରଶ୍ନ ମଧ୍ୟରେ ପାଞ୍ଚ ବର୍ଷର ଅନ୍ତରାୟ କିନ୍ତୁ ପ୍ରଶ୍ନତ୍ତୋର ସତେଯେପରି କେବଳ ଓୌପଚାରିକତା ଥିଲା ଏଥିରୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଇଥିବା ଗୋଟିଏ ଭାଷାକୁ ଶିକ୍ଷା କ୍ଷେତ୍ରରେ ସାମିଲ କରାଇବା ପାଇଁ ସରକାରଙ୍କ ନିଷ୍ଠା ତତ୍ପରତା ଜଣାପଡେ ପ୍ରତିବର୍ଷ ସାନ୍ତାଳୀ ଭାଷାର ଅନେକ ସଂଗଠନ ସରକାରଙ୍କ ପ୍ରତିନିଧିଙ୍କୁ ପ୍ରଥମ ଶ୍ରେଣୀରୁ ପିଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପାଇଁ ଦାବି ଜଣେଇଥାନ୍ତି ପ୍ରତିଶ୍ରୁତି ମଧ୍ୟ ମିଳେ, କିନ୍ତୁ କାର୍ଯ୍ୟକରୀ ହୁଏ ନାହିଁ ସରକାର ସାନ୍ତାଳୀ ଭାଷାକୁ ପ୍ରାଥମିକ ଶ୍ରେଣୀରେ  ବହୁଭାଷୀ  ଶିକ୍ଷା ମାଧ୍ୟମରେ ଅନ୍ତର୍ଭୁକ୍ତ କରି ନିଜର ଦାୟୀତ୍ବ ସମ୍ପାଦନ କରିଛନ୍ତି ବୋଲି ହୃଦବୋଧ ହୁଏ ଓଡିଶାରେ ଯେତେବେଳେ ଜଣେ ବଙ୍ଗଳାରେ, ତେଲୁଗୁରେ, ପାର୍ଶିରେ , ଉର୍ଦ୍ଧୁରେ ମେଟ୍ରିକ ପରୀକ୍ଷା ଦେଇପାରୁଛି କିନ୍ତୁ ସାନ୍ତାଳୀ ଭାଷା ପାଇଁ ଏଥିରେ ବ୍ୟତୀକ୍ରମ କରାଯାଇଛି ଓଡିଶାରେଥିବା ୯ଲକ୍ଷ ସାନ୍ତାଳୀଙ୍କପ୍ରତି ଏହା ଏକ ପ୍ରକାର ଅନ୍ୟାୟ ବୋଲି ମନେ ହୁଏ


ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବରୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟ ଦ୍ବାରା ଅନୁବନ୍ଧିତ ମହାବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ଜାରିରହିଥିବା ବେଳେ ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଗତ ବର୍ଷ ଠାରୁ  ଏବଂ ଚଳିତ ବର୍ଷ ରେଭେନ୍ସା ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ଏହା ବ୍ୟତୀତ କରଞ୍ଜିଆ ସ୍ବୟଂ ଶାସିତ ମହାବିଦ୍ୟାଳୟ, ରୋହିଦାସ ସୋରେନ ଡିଗ୍ରୀ ମହାବିଦ୍ୟାଳୟମୟୂରଭଞ୍ଜ କଲେଜ ଅଫ ଏକାଉଣ୍ଟାନସୀ ଏଣ୍ଡ ମ୍ୟାନେଜମେଣ୍ଟ ଠାରେ ସାନ୍ତାଳୀ ସମ୍ମାନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ଏଥିପାଇଁ ସରକାର ଅନେକ ଧନ୍ୟବାଦ ସାଉଁଟିଛନ୍ତି  କିନ୍ତୁ ଆଲୋଚ୍ୟର ବିଷୟ ତୃଣମୂଳ ସ୍ତରରେ ତଥା ପ୍ରଥମ ଶ୍ରେଣୀରୁ + ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାନଗଲେ ସ୍ନାତକ ସ୍ନାତକତ୍ତୋର ଶ୍ରେଣୀ ମାନଙ୍କରେ କିଭଳି ମେଧାବୀ ଛାତ୍ର ମାନେ ମିଳିବେ ପ୍ରଶ୍ନ ଉଠେ ଯଦି ସ୍କୁଲ ମାନଙ୍କରେ ସାନ୍ତାଳୀ ଭାଷାରେ ବିଷୟଟିଏ ରହିବ ନାହିଁ ତେବେ ଛାତ୍ରମାନେ କଣ ସ୍ନାତକ ଶ୍ରେଣୀରେ ସାନ୍ତାଳୀ ଭାଷାରେ ଶିଖିବେ ! ଶିଖିବାର ଶ୍ରେଣୀ କଦାପୀ ସ୍ନାତକ ନୁହେଁ

ସାନ୍ତାଳୀ ଭାଷା ସାହିତ୍ୟରେ ଯଦି ଆମେ ଉଚ୍ଚତର ଗବେଷକ ମେଧା ସୃଷ୍ଟି କରିବାକୁ ଚାହୁଁଛୁ ତେବେ ସେଭାଷାରେ ମୌଳିକ ଶିକ୍ଷାକୁ ସୁଦୃଢ କରିବାକୁ ପଡିବ ବାରିପଦା ଠାରେ ୨୦୧୩-୧୪ ଶିକ୍ଷା ବର୍ଷଠାରୁ ସାନ୍ତାଳୀ ଭାଷା ପାଇଁ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲାଯାଇଛି ପ୍ରତିବର୍ଷ ଏହି ପ୍ରତିଷ୍ଠାନରୁ ହାରା ହାରି ୩୦-୩୫ ଛାତ୍ର ସାନ୍ତାଳୀରେ ପାସ କରନ୍ତି, ଆଶାଥିଲା ଏହି ଛାତ୍ରମାନେ ଓଡିଶାରେଥିବା ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ସାନ୍ତାଳୀ ଶିକ୍ଷାର ମଙ୍ଗ ଧରିଥାନ୍ତେ କିନ୍ତୁ ସେଭଳି ହେଲା ନାହିଁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଭିତରୁ କାହାରି ଜଣକୁ ମଧ୍ୟ ନିଯୁକ୍ତିଟିଏ ମିଳିଲାନାହିଁ


 ୨୦୦୦୩ ରୁ ୨୦୨୩ ଯାଏଁ ଉଭୟ ସଂସଦ ଏବଂ ବିଧାନ ସଭାରେ ଏକ କାଳୀନ ଅନେକ ସାନ୍ତାଳୀ ନେତା ସାଂସଦ ଏବଂ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ସେଥି ମଧ୍ୟରୁ ଅନେକ କ୍ଷମତାସୀନ ଦଳରୁ ନିର୍ବାଚିତ ହୋଇଛନ୍ତି ସେ ତାଲିକାଟି ଅନେକ ଲମ୍ବା ହେବ ବହୁ ଦାବି ସତ୍ତ୍ବେ ଏହି ୨୦ ବର୍ଷ ମଧ୍ୟରେ ଏହି ବିଧାୟକ ସାଂସଦ ମାନେ ନିଜ ସାମ୍ବିଧାନ ସ୍ବୀକୃତ ମାତୃଭାଷା ରେ ସ୍କୁଲ ମାନଙ୍କରେ ପିଲାମାନଙ୍କ ପାଇଁ ପଢିବାର ବ୍ୟବସ୍ଥାଟିଏ କରିପାରିଲେ ନାହିଁ


ଆଜି ସାନ୍ତାଳୀ ଭାଷା ଦିବସରେ ଅନେକ ସ୍ଥାନରେ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିବ ଏବଂ ସେଠାରେ ସମସ୍ତେ ନଭଶ୍ଚୁମ୍ବି ଭାଷଣମାନ ଦେଉଥିବେ ! ଅନେକ ସ୍ଥାନରେ ମାଦଳ ନାଗରା ସହିତ ଖୁବ ଉଲ୍ଲାସରେ ନାଚଗୀତ ଚାଲିଥିବ ଗୌରବମୟ ଦିନରେ ନାଚଗୀତ ଆନନ୍ଦ ଉତ୍ସୋବର କୌଣସି ନିଷେଧାଜ୍ଞା ନାହିଁ , କିନ୍ତୁ ଆଜିର ସମୟ ଆବଶ୍ୟକ କରୁଛି ନିର୍ବାଚିତ ପ୍ରତିନିଧି ମାନଙ୍କର ମାତୃଭାଷାରେ ଶିକ୍ଷା ପାଇଁ ଏକ ଦୃଢ ପ୍ରତିଶ୍ରୁତି ଆନନ୍ଦ ଉତ୍ସୋବ ମଧ୍ୟରେ ଭାଷା ପାଇଁ ଆନ୍ତରିକତା ଭରା ଲୁହ ଟିକିଏ ଝରୁ !ଯେତେବେଳେ ବିଧାୟକ ସାଂସଦ ମାନେ ନିଜ ମାତୃଭାଷାର ସଂରକ୍ଷଣ କରିପାରିବେ ନାହିଁ ସେତେବେଳେ ସାଧାରଣ ଜନତା ସେମାନଙ୍କୁ କେଉଁ ନିକିତିରେ ତଉଲିବେ !


Comments